22-Nov-2026
Sikshasmabad Logo
Breaking News:
Northern Railway Apprentice Recruitment 2026: Apply Online for 4,651 Posts
Northern Railway Apprentice Recruitment 2026: Apply Online for 4,651 Posts


)ରେଳବାଇରେ ଚାକିରି କରିବାକୁ ଆଶା ରଖିଥିବା ଯୁବକଯୁବତୀଙ୍କ ପାଇଁ ଖୁସି ଖବର। ରେଳବାଇ ନିଯୁକ୍ତି ସେଲ୍, ଉତ୍ତର ରେଳବାଇ ପକ୍ଷରୁ ଆପ୍ରେଣ୍ଟିସ୍ ପଦବିରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି ହୋଇଛି। ଏହି ନିଯୁକ୍ତି ଅଧୀନରେ ମୋଟ ୪,୬୫୧ଟି ପଦବି ପୂରଣ କରାଯିବ। ବିଶେଷ କଥା ହେଉଛି, ଏଥିପାଇଁ ପ୍ରାର୍ଥୀଙ୍କୁ କୌଣସି ଲିଖିତ ପରୀକ୍ଷା କିମ୍ବା ସାକ୍ଷାତକାର ଦେବାକୁ ପଡ଼ିବ ନାହିଁ। ଦଶମ ଓ ଆଇଟିଆଇ ପରୀକ୍ଷାରେ ପ୍ରାପ୍ତ ନମ୍ବର ଆଧାରରେ ପ୍ରସ୍ତୁତ ମେଧା ତାଲିକା ଅନୁସାରେ ପ୍ରାର୍ଥୀ ଚୟନ କରାଯିବ।ଏହି ନିଯୁକ୍ତି ପାଇଁ ନଭେମ୍ବର ୧୧, ୨୦୨୬ରୁ ଅନଲାଇନ୍ ଆବେଦନ ଆରମ୍ଭ ହେବ। ଆଗ୍ରହୀ ଓ ଯୋଗ୍ୟ ପ୍ରାର୍ଥୀମାନେ ଉତ୍ତର ରେଳବାଇର ଆଧିକାରିକ ୱେବ୍ସାଇଟ୍ rrcnr.org ମାଧ୍ୟମରେ ଆବେଦନ କରିପାରିବେ। ଡିସେମ୍ବର ୧୧, ୨୦୨୬ ପର୍ଯ୍ୟନ୍ତ ଆବେଦନ କରିବାର ସୁଯୋଗ ରହିଛି। ଏହି ନିଯୁକ୍ତି ପାଇଁ ପ୍ରାର୍ଥୀମାନେ ଅତିକମରେ ୫୦ ପ୍ରତିଶତ ନମ୍ବର ସହ କୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଦଶମ ଶ୍ରେଣୀ ପାସ୍ କରିଥିବା ଆବଶ୍ୟକ। ଏଥିସହ ସମ୍ପୃକ୍ତ ଟ୍ରେଡରେ ଏନ୍‌ସିଭିଟି (NCVT) କିମ୍ବା ଏସ୍‌ସିଭିଟି (SCVT) ଦ୍ୱାରା ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ ଆଇଟିଆଇ ପ୍ରମାଣପତ୍ର ଥିବା ଜରୁରୀ। ଦଶମ ଓ ଆଇଟିଆଇର ଫଳାଫଳ ନଭେମ୍ବର ୬, ୨୦୨୬ ସୁଦ୍ଧା ପ୍ରକାଶ ପାଇଥିବା ଦରକାର। ବୟସ ସର୍ବନିମ୍ନ ୧୫-ସର୍ବାଧିକ ୨୪ ବର୍ଷ
ବୟସ ସୀମା ହୋଇଥିବା ଦରକାର l
ଆବେଦନ ଶୁଳ୍କ ବାବଦରେ ସାଧାରଣ, ଓବିସି ଓ ଇଡବ୍ଲ୍ୟୁଏସ୍ ବର୍ଗର ପ୍ରାର୍ଥୀଙ୍କୁ ୧୦୦ ଟଙ୍କା ଦେବାକୁ ପଡ଼ିବ।

Shamsoft Academy

Shamsoft Academy

Admission open for B.Ed